ଗିଫ୍ଟ

#ଗିଫ୍ଟ🎁
...........
ଆଜି ତୃପ୍ତି ପଣ୍ଡାର ଜନ୍ମଦିନ...
- ହ୍ୟାଲୋ ! ହାପି ବର୍ଥ ଡେ ତୃପ୍ତି
- ଥ୍ୟାଙ୍କ ୟୁ ସୋ ମଚ(ଉମମ...ମାଃ)
- ଆଉ, ବର୍ଥ ଡେ ଗିପ୍ଟ କଣ ନେବ
- ନା ନେବିନି, ତମର ପରା
  ସାଲାରୀ ମିଳିନି
- ଆରେ ବାବା...
  କୁହନା କଣ ଦରକାର
- ତୁମେ ! ମୋର ତୁମେ ଦରକାର
- ମାନେ...?
- ମାନେ କଣ ଯେ...
  ତୁମେ ଦରକାର ପରା କହିଲି ।
- ପାଗେଳୀଟା ନା କଣ,
  ମୁଁ କଣ ଗିଫ୍ଟ...??
- କହିଲିନା ମୋର ତୁମେ ଦରକାର,
  ପୁଣି ବନ୍ଦ ଲଫାପାରେ..(ଗେହ୍ଲେଇକି କହିଲା ତୃପ୍ତି )
- ମୁଁ...ପୁଣି ବନ୍ଦ ଲଫାପାରେ,
  ତୃପ୍ତି ତୁମ ମୁଣ୍ଡ ଠିକ୍ ଅଛି ତ ???
- ଆରେ ବାବା ମୁଁ ପୂରା ଠିକ ଅଛି।
- ଶୁଣ ! ସମ୍ପର୍କ ସମୁଦ୍ରରେ
  ଶାମୁକା ସାଉଁଟୁ ସାଉଁଟୁ
  ଅତିକ୍ରମ କରିଥିବା
  ସାତ ବର୍ଷର ସୁଖମୟ ଯାତ୍ରାକୁ
  ସୁନ୍ଦର ସୂତାରେ ସିଇଁ
  ସବୁଜ ଲଫାପାରେ
  ମୋ ପାଖକୁ ପଠାଇଦେବ...
  ଯେଉଁଥିରେ, ଖାଲି ତୁମେ ହିଁ ଥିବ।
  ବାସ୍ ତାହା ହିଁ ହେବ ମୋ ଶ୍ରେଷ୍ଠ ଗିଫ୍ଟ -ବୁଝିଲ ପାଗଳ...
- ଏତକ କହି ଫୋନ କାଟିଦେଲା ତୃପ୍ତି
  ଆଉ ତା'ପରେ ସାତ ବର୍ଷର
  ସମ୍ପର୍କ ସମୁଦ୍ରକୁ ଲମ୍ଫଦେଲି।
ଶବ୍ଦ ଖୋଜିଲି...ମନକୁ ମନ୍ଥିଲି...
ଅନୁଭବ ଓ ଅନୁଭୂତିର
ଅଭିଧାନ ବି ଅଣ୍ଡାଳିଲି...
ହେଲେ, ତୁମଠୁ ଆରମ୍ଭ କରିବି ନା
ମୋଠୁ ଆରମ୍ଭ କରିବି ଭାବି ଭାବି
ସେଇ ଲଫାପାରେ ହିଁ
ବନ୍ଦ ହୋଇଗଲି...!!💌💌
                            @ରାମକୃଷ୍ଣ

Comments

Post a Comment