Story of a Eunuch...(ମାଇଚିଆ)

ମାଇଚିଆ
ରଙ୍ଗ୍ ନମ୍ବରରେ ପରିଚୟ
ଫେସବୁକରେ ପ୍ରେମ
ହ୍ବାଟ୍ସଆପରେ ବଣ୍ଟାବଣ୍ଟି
ବନ୍ଦଘରେ ବିତିଥିବା
ବାର ମିନିଟର ବିଶ୍ୱାସ...।
କିଛି ଦିନ ପରେ ବେଶ୍ୟା,
ଚରିତ୍ରହୀନାର ଆଖ୍ୟା
ଆଉ ଶେଷରେ
ସୋସିଆଲ୍ ମିଡିଆରେ
ବୁଲେ ବାର ମିନିଟର ବିଶ୍ୱାସ...।।
ଛେ...! ୟାକୁ କ'ଣ
ପ୍ରେମ କୁହନ୍ତି...?
ଭଲପାଇବା କୁହନ୍ତି...??
ମୋ ପାଖରେ ତ ପାୟଲର
ଅନେକ ଫୁଙ୍ଗୁଳା ଫଟୋ ଅଛି,
'ଗ୍ୟାଲେରୀରେ' ପାସୱାର୍ଡ ପଡ଼ି ରହିଛି
ପାୟଲର ପତଳା ଦେହରେ ପହଁରେଇ
ଆଣିଥିବା ମୋ ପାଗଳପଣ...;
ଖାଲି ସେତିକି ନୁହେଁ
ଅନ୍ଧାରର ଅଦୃଶ୍ୟ ମୁହୂର୍ତ୍ତ ବି
କଏଦ ହୋଇ ରହିଛି...।।
କାଇଁ ! ମୁଁ ତ କେବେ
ଫେସବୁକରେ କିମ୍ବା ହ୍ବାଟ୍ସଆପରେ
ସେ ଭିଡିଓ ଭାଇରାଲ କରିନି...?
ସମ୍ପର୍କର ସଇତାନ ସାଜି
ସେସବୁକୁ ସେୟାର କରିନି...??
ଅବଶ୍ୟ ପାଞ୍ଚ ବର୍ଷ ତଳୁ
ପାୟଲ ପରକରି ପଳେଇଛି ପରଘରକୁ...!!
ପାରିଥିଲେ ସେସବୁ ଛାଡ଼ି
ପ୍ରତିଶୋଧ ନେଇପାରିଥାନ୍ତି
ଯେମିତି କିଛି ମେଞ୍ଚଡ଼,
ଭିଡିଓ ଭାଇରାଲ କରି
ମର୍ଦ୍ଦାଙ୍ଗିର ପରିଚୟ ଦେଉଛନ୍ତି...
ସତରେ କ'ଣ ଏ ଭାଇରାଲକାରୀ
ଦୁନିଆରେ ଏକା ପୁରୁଷ...?
ଏକୁଟିଆ ମର୍ଦ୍ଦ...??
ଆଉ; ମୁଁ ! କ'ଣ ମାଇଚିଆ...???😂😂
                         
ମୋ- ୯୭୭୬୭୩୧୨୧୫

Comments

Popular posts from this blog

ଗିଫ୍ଟ